ଦେଶ ବିଦେଶମୁଖ୍ୟ ଖବର

ନାଟୋକୁ ଧମକ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ଅଷ୍ଟନା: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ସିଧାସଳଖ ନାଟୋ ଟ୍ରୁପ୍ସକୁ ଧମକ ଦେଇଛନ୍ତି। ଯଦି ନାଟୋ ସୈନ୍ୟମାନେ ରୁଷ ଆର୍ମି ସହ ସିଧାସଳଖ ଲଢ଼େଇ କରିବେ, ତା’ହେଲେ ପୂରା ବିଶ୍ୱ ଭୟଙ୍କର ବିର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ପୁଟିନ ଚେତାବନୀ ଦେଇଛନ୍ତି। କାଜଖସ୍ତାନର ରାଜଧାନୀ ଅଷ୍ଟନାରେ ସାମ୍ବାଦିକ ସମ୍ମିଳନୀ କରି ପୁଟିନ କହିଛନ୍ତି, ନାଟୋ ଯଦି ସିଧା ସଳଖ ବିବାଦ କିମ୍ବା ସିଧାସଳଖ ଲଢ଼େଇ ରୁଷ ସୈନ୍ୟ ସହ କରିବ, ତା’ହେଲେ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି ହେବ। ପୂରା ବିଶ୍ୱରେ ବିପର୍ଯ୍ୟୟ ସୃଷ୍ଟି ହେବ। ମୋର ଆଶା ଯେଉଁମାନେ ନିଜକୁ ଚତୁର ବୋଲି କହୁଛନ୍ତି, ସେମାନେ ଏଦିଗରେ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରିବେ ନାହିଁ ବୋଲି ପୁଟିନ ଖୋଲାଖୋଲି ପରାମର୍ଶ ଦେଇଛନ୍ତି। ଏହାପୂର୍ବରୁ ପୁଟିନ ରୁଷର ସୁରକ୍ଷା ପାଇଁ ପରମାଣୁ ଅସ୍ତ୍ରବ୍ୟବହାର କରିବାକୁ ପଛାଇବେ ନାହିଁ ବୋଲି ଧମକ ଦେଇଥିଲେ। ଏଥିସହ ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷର ବୋଲି ଦାବି କରିଥିଲେ। ଏହାକୁ ଜାତିସଂଘ ଗତ ସପ୍ତାହରେ ନିନ୍ଦା କରିଥିଲା।ସେହିପରି ୟୁକ୍ରେନକୁ ପରମାଣୁ ଧମକ ଦେଇଥିବା ପୁଟିନ ଓ ରୁଷକୁ ଜି୭ ଦେଶ ମଧ୍ୟ ସମାଲୋଚନା କରିଥିଲେ। ରୁଷ ଯଦି ପରମାଣୁ ଅସ୍ତ୍ର ବ୍ୟବହାର କରିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ବ୍ରିଟେନ, ଜର୍ମାନୀ, ଇଟାଲୀ, କାନାଡା, ଆମେରିକାଳ ଫ୍ରାନ୍ସ ଓ ଜାପାନକୁ ନେଇ ଗଠିତ ଜି-୭ ନେତାମାନେ ମତ ରଖିଥିଲେ। ଏସବୁ ସତ୍ତ୍ୱେ ପୁଟିନ ପୁଣି ନାଟୋ ଦେଶଗୁଡ଼ିକୁ ଧମକ ଦେଇଛନ୍ତି।

 

Show More

Related Articles

Back to top button