ଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଦୀପାବଳି ହେବ ଉତ୍ସବମୁଖର: ଭୁବନେଶ୍ୱରର ୭ଟି ଜାଗାରେ ବାଣ ବିକ୍ରି ପାଇଁ ଅନୁମତି

ଆଗକୁ ଆସୁଛି ଦୀପାବଳି । ଚଳିତ ବର୍ଷ ଉତ୍ସବମୁଖର ହେବ ଦୀପାବଳି । କମ୍ପିବ ସାରା ରାଜଧାନୀ । କାରଣ ଏଣିକି ଦୀପାବଳି ପର୍ଯ୍ୟନ୍ତ ଭୁବନେଶ୍ୱରର ୭ଟି ଜାଗାରେ ବାଣ ବିକ୍ରି କରାଯିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅନୁମତି ମିଳି ସାରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅନୁମତି ମିଳିଥିବା ସ୍ଥାନଗୁଡୁକ ହେଉଛି ଭୁବନେଶ୍ୱର ଗାଡ଼କଣ ଶବର ସାହି ମେଳନ ପଡିଆ, ବମିଖାଲ ମୌଜାର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରା ମୌଜାର ପଳାଶୁଣି ବିଜୁପଟ୍ଟନାୟକ ପଡିଆ, ବାପୁଜୀ ନଗରର ୟୁନିଟ ୧ ହାଇସ୍କୁଲ ପଛପଟ ଓ ଲକ୍ଷ୍ମୀସାଗର ମେଳଣ ପଡ଼ିଆ । ଦୀପାବଳି ପାଇଁ ଏହି ୭ଟି ସ୍ଥାନରେ ବାଣ କିଣିପାରିବେ ଜନସାଧାରଣ ।

Show More

Related Articles

Back to top button