ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି ମନ୍ତ୍ରୀ ପ୍ରସାଦି ଲାଲ ମୀନା

ଜୟପୁର : ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ପ୍ରସାଦି ଲାଲ ମୀନା ପୁଣି ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି। ଲାଲସୋଟ ସହରର ବାଗଡି ଗ୍ରାମରେ ସିଏଚ୍‌ସି ବିଲଡିଂ ସମେତ ଅନେକ ଯୋଜନାର ଶିଳାନ୍ୟାସବେଳେ ସେ ଏହା କହିଥିଲେ। କଂଗ୍ରେସର ଭାରତ ଯୋଡୋ ଯାତ୍ରା ପାଇଁ ସେ ରାହୁଲଙ୍କୁ ବହୁତ ପ୍ରଶଂସା କରି କହିଛନ୍ତି, ରାହୁଲ ଗାନ୍ଧୀ ପ୍ରଭୁ ରାମଙ୍କ ଅପେକ୍ଷା ଅଧିକ ଚାଲିବେ। ତ୍ରେତୟା ଯୁଗରେ ପ୍ରଭୁ ରାମ ମଧ୍ୟ ବନବାସ ସମୟରେ ଏତେ ଦୂର ଯାତ୍ରା କରିନାହାଁନ୍ତି। ଭଗବାନ ରାମ ଅଯୋଧ୍ୟାରୁ ଶ୍ରୀଲଙ୍କାକୁ ପାଦରେ ଯାଇଥିଲେ। ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଯିବେ। ଦେଶରେ ସାମ୍ପ୍ରଦାୟିକତାର ପରିବେଶ ସୃଷ୍ଟି ହୋଇଛି। ରାହୁଲ ଦେଶକୁ ଏକଜୁଟ କରିବାକୁ କାର୍ଯ୍ୟ କରୁଥିବା ସେ କହିଛନ୍ତି।

Show More

Related Articles

Back to top button