ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଅପରାଧୀଙ୍କ କଳାକାରନାମା । ଠକିବା ପାଇଁ ଭିନ୍ନଭିନ୍ନ ପନ୍ଥା ଆପଣାଉଛନ୍ତି ଏହି ଠକମାନେ । ତେବେ ଏସବୁ ମଧ୍ୟରେ ବର୍ତ୍ତମାନ ଭାରତରେ ୫ଜି ସେବାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଲୋକଙ୍କୁ ଠକିବା ଆରମ୍ଭ କରିଦେଇଛନ୍ତି ସାଇବର ଅପରାଧୀ । ତେଣୁ ଏସବୁରୁ ସଚେତନ ରହିବା ସହ ସୁରକ୍ଷିତ ରୁହନ୍ତୁ ,ନହେଲେ ଆପଣଙ୍କ ଆକାଉଣ୍ଟରୁ ଗାଏବ୍ ହୋଇପାରେ ଟଙ୍କା ।
ତେବେ ସେମାନେ ଆପଣଙ୍କ ମୋବାଇଲକୁ କଲ କରି କୌଣସି ଏକ ଟେଲିକମ କଂପାନୀରୁ କହୁଛି ବୋଲି ପରିଚୟ ଦେଉଛନ୍ତି। ଏହାପରେ ସେମାନେ ଆପଣ ୪ଜି ସିମକୁ ୫ଜି କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ଆପଣ ଖୁସିରେ ୫ଜି ସେବା ନେବା ପାଇଁ ହଁ କରିବେ। ତେବେ ପଚାରିବେ କେତେ ପଇସା ପଡିବ।
ତେବେ ସେମାନେ କହିବେ ଯେ, ବର୍ତ୍ତମାନ ଏହି ସେବା ବର୍ତ୍ତମାନ ଆରମ୍ଭ ହେଉଥିବାରୁ କଂପାନୀ ତରଫରୁ ମାଗଣା ୫ଜି ଆକ୍ଟିଭେଟ କରାଯାଉଛି। ଏହା ଶୁଣିବା ପରେ ଆପଣଙ୍କର ଖୁସି କହିଲେ ନ ସରେ। ଏହାପରେ ସେମାନେ କିପରି ୫ଜି ଆକ୍ଚିଭେଟ ହେବ ତାହା କହିବ। ଶେଷରେ କହିବେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଗଲା, ତାହା କେତେ ବୋଲି ପଚାରିବେ।
ସେହି ଓଟିପିଟି ଦେବା ପରେ କଥା ସରିଲା। ଆପଣଙ୍କ ସେହି ନମ୍ବରରେ ଯେଉଁ ସବୁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବା ସେଥିରୁ ସାଇବର ଅପରାଧୀମାନେ ଟଙ୍କା ଖାଲି କରିଦେବେ।