ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଦେଶର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ ହେଲେ ମାଇକ୍ରୋସଫ୍ଟ CEO

ଦେଶର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ ହେଲେ ମାଇକ୍ରୋସଫ୍ଟ CEO ସତ୍ୟ ନଡେଲା । ର୍ବ ସପ୍ତାହରେ ସାନ୍‌ ଫ୍ରାନ୍ସିସ୍କୋ ରେ ଭାରତର ବାଣିଜ୍ୟ ଦୂତ ଡା. ଟି.ବି. ନାଗେନ୍ଦ୍ର ପ୍ରସାଦଔପଚାରିକ ଭାବରେ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରିଥିଲେ।୫୫ ବର୍ଷୀୟ ନଡେଲା ଆସନ୍ତା ବର୍ଷ ଜାନୁଆରୀରେ ଭାରତ ଆସିବାରେ ଯୋଜନା ରଖିଛନ୍ତି।

ତେବେ ଏହି ଅବସରରେ ସତ୍ୟ ନଡେଲା କହିଛନ୍ତି, ଏହି ସମ୍ମାନ ପାଇବା ତାଙ୍କ ପାଇଁ ଗର୍ବର କଥା। ଏହି ସମ୍ମାନ ତାଙ୍କୁ ଆହୁରି ଅଧିକ କରିବା ପାଇଁ ପ୍ରେରଣା ଦେବ।  ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପରି ମହାନ ଲୋକଙ୍କ ସଂସ୍ପର୍ଶରେ ଆସିବା ଏହାଠାରୁ ବଡ଼ କଥା ଅଉ କିଛି ନାହିଁ । ସେ ଆହୁରି କହିଛନ୍ତି ଯେ, ଭାରତସାରା ଲୋକଙ୍କ ସହିତ କାମ କରିବା ପାଇଁ ଚାହୁଁଛନ୍ତି ଏବଂ ନୂଆ ଉପଲବ୍ଧି ପାଇଁ ନୂଆ ଜ୍ଞାନ କୌଶଳର ବ୍ୟବହାର କରିବାକୁ ଚାହୁଁଛନ୍ତି।

ହାଇଦ୍ରାବାଦରେ ଜନ୍ମିତ ନଡେଲା ୨୦୧୪ ରେ ମାଇକ୍ରୋସଫ୍ଟର ସିଇଓ ହେଲେ। ୨୦୨୧ରେ ମଧ୍ୟ ତାଙ୍କୁ ଚେୟାରମ୍ୟାନ ପଦରେ ଅଭିଷିକ୍ତ ଥିଲେ। ଏହି ବର୍ଷ ତାଙ୍କୁ ୧୭ ଜଣ ବିଜେତାଙ୍କ ମଧ୍ୟରୁ ତାଙ୍କୁ ଚୟନ କରାଯାଥିଲା। ଏହି ପଦ୍ମ ପୁରଷ୍କାର ପ୍ରତି ବର୍ଷ ଗଣତନ୍ତ୍ର ଦିବସର ପୂର୍ବ ସଂନ୍ଧ୍ୟାରେ ଘୋଷଣା ହେଉଥିବା ଦେଶର ୩ୟ ସର୍ବୋଚ୍ଚ ସମ୍ମାନ।

Show More

Related Articles

Back to top button