
ଭାରସାମ୍ୟ ହରାଇ ଇଲେକ୍ଟ୍ରିକ୍ ପୋଲକୁ ଧକ୍କା ଦେଲା ଦ୍ରୁତଗତିରେ ଆସୁଥିବା କାର୍ । ଏଭଳି ଘଟଣା ଉତ୍ତର ପ୍ରଦେଶ ପ୍ରୟାଗରାଜରେ ହାଣ୍ଡିଲା ଟୋଲ ପ୍ଲାଜା ନିକଟରେ ଘଟିଛି । ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି । ମୃତକ ହେଲେ ରେଖା(୪୫), ରେଖା (୩୨), କୃଷ୍ଣା ଦେବୀ(୭୦), କବିତା (୩୬),ଏକ ବର୍ଷୀୟା ନାବାଳିକା କୁମାରୀ ଓଜାସ।
ମିଳିଥିବା ସୂଚନା ଅନୁଯାୟୀ,ବିଦ୍ୟାଞ୍ଚଳ ମନ୍ଦିର ଦର୍ଶନରେ ଏକ ଟାଭେରା କାର ଯୋଗେଁ ପରିବାର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚାଳକ ନିୟନ୍ତ୍ରଣ ହରାଇବା ପରେ କାର ଯାଇ ସିଧା ପୋଲରେ ପିଟି ହୋଇଥିଲା। ଏହି ସମୟରେ କାରର ସ୍ପୀଡ ଦ୍ରୁତ ଗତି ଥିଲା । ତେବେ ଏହି ମୃତକଙ୍କ ମଧ୍ୟରେ ଚାଳକଙ୍କୁ ମିଶାଇ ୪ ମହିଳା ଓ ଜଣେ ଶିଶୁ ଅଛନ୍ତି । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହତମାନଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ ଖବର ପାଇ ହାଣ୍ଡିଆ ସବ ଡିଭିଜୋନାଲ ମାଜିଷ୍ଟ୍ରେଟ୍(ଏସଡିଏମ), ସାରକଲ ଅଫିସର(ସିଓ) ଏବଂ ଷ୍ଟେସନ ହାଉସ୍ ଅଫିସର ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।