ଦେଶ ବିଦେଶସ୍ୱତନ୍ତ୍ର

ପୁଣି ଯୁଦ୍ଧ ଆତଙ୍କ, ପରମାଣୁ ଯୁଦ୍ଧର ଅଭ୍ୟାସ ଆରମ୍ଭ କଲାଣି ଋଷ

ଋଷ-ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୂରିଥିଲେ ମଧ୍ୟ ଭୟଙ୍କର ହେଉଛି ସ୍ଥିତି । ଯୁକ୍ରେନ୍ ଉପରେ ତୀବ୍ର ଆକ୍ରମଣ କରିବ ନାହିଁ ବୋଲି କହି ଭୟଙ୍କର ଆକ୍ରମଣ କରୁଛି ଋଷିଆ। ଉଭୟ ଦେଶ ପରସ୍ପରର ସେନାର ଦୃଢ଼ ଭାବରେ ସାମ୍ନା କରୁଛନ୍ତି । ଏପଟେ ପରମାଣୁ ଯୁଦ୍ଧର ଅଭ୍ୟାସ ଆରମ୍ଭ କରିଦେଉଛି ଋଷ ।

ଏକ ରିପୋର୍ଟ ଅନୁଯାୟୀ, କ୍ରେମଲିନ୍ କହିଛି ଯେ ଋଷ କିଭଳି ପରମାଣୁ ଆକ୍ରମଣରେ ଶତ୍ରୁ ରାଷ୍ଟ୍ରକୁ ପ୍ରତି ଜବାବ ଦେଇପାରିବ ସେ ନେଇ ପରମାଣୁ ସାମରିକ ବଳର ଅଭ୍ୟାସକୁ ତଦାରଖ କରିଛନ୍ତି ପୁଟିନ। ପରମାଣୁ ଆକ୍ରମଣର ଆଶଙ୍କା ଓ ପୁଟିନଙ୍କ ପ୍ରସ୍ତୁତି ବିଶ୍ୱର ଅନେକ ଦେଶରେ ହଇଚଇ ସୃଷ୍ଟି କରିଛି।

ସେପଟେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଇରାନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଇରାନ ଠାରୁ ଡ୍ରୋନ୍ ଆଣି ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି ବୋଲି ଜେଲେନସ୍କି ଅଭିଯୋଗ କରିଛନ୍ତି। ମିଡିଆ ରିପୋର୍ଟ ଅନୂଯାୟୀ ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ବିରୋଧୀ ଯୁଦ୍ଧରେ ଋଷ ପ୍ରାୟ ୪୦୦ ଡ୍ରୋନ ବ୍ୟବହାର କରିଛି। ଏଥିରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଇଛି।

ଅନ୍ୟପଟେ ଆମେରିକା ଋଷକୁ ରୋକ ଠୋକ୍ କହିଛି ଯେ, ପରମାଣୁ ହତିଆର ବ୍ୟବହାର କରନାହିଁ ।

 

Show More

Related Articles

Back to top button