
ଆସନ୍ତା ୩୦ଯାଏ ରାଜ୍ୟରେ ଶୁଖିଲା ରହିବ ପାଗ । ତେବେ ୩୧ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି ।
ଅନ୍ୟପଟେ, ୨୦ ଡ଼ିଗ୍ରୀ ତଳେ ରହିଛି ୧୫ ସହରରେ ରାତି ତାପମାତ୍ରା। କୋରାପୁଟରେ ସର୍ବନିମ୍ନ ରାତି ତାପମାତ୍ରା ୧୪.୨ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୬ ଡ଼ିଗ୍ରୀ, ବୌଦ୍ଧ, ସୋନପୁର ଏବଂ ଫୁଲବାଣୀରେ ୧୭ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି।


