ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧିଙ୍କ ସହ ସାମିଲ ହେଲେ ପୂଜା ଭଟ୍ଟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତେଲେଙ୍ଗାନାର ହାଇଦ୍ରାବାଦରୁ ଭାରତ ଯୋଡୋ ଯାତ୍ରା କରିଛନ୍ତି। ଏହି ଯାତ୍ରାରେ ଆଜି ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶକ ପୂଜା ଭଟ୍ଟ ସାମିଲ ହୋଇଥିଲେ। ଏହି ପଦଯାତ୍ରା ବେଳେ ରାହୁଲଙ୍କ ସହ ପାଦରେ ପାଦ ମିଶାଇ ଚାଲିଥିଲେ ପୂଜା ଭଟ୍ଟ। ଯାହାର ଫଟୋ ଆଉ ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାହୁଲ ଗାନ୍ଧି ଓ ପୂଜା ଭଟ୍ଟଙ୍କ ଫଟୋ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରେ କ୍ୟାପସନ ରହିଛି କି ପ୍ରତ୍ୟେକ ଦିନ ଦେଶକୁ ଭଲ ପାଉଥିବା ଲୋକ ରାହୁଲଙ୍କ ସହ ଯୋଡି ହେଉଛନ୍ତି । ଅଭିନେତ୍ରୀ ପୂଜା ଭଟ୍ଟ ସବୁବେଳେ ସୋସିଆଲ ମିଡିଆରେ ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ମତ ଦେଇଥାନ୍ତି। ପୂଜା ଭଟ୍ଟ ୧୯୮୯ ମସିହାରେ ବଲିଉଡରେ ପ୍ରବେଶ କରିଥିଲେ। ଏହାସହ ସେ ଜଣେ ସିନେ ପ୍ରଯୋଜକ ମଧ୍ୟ। ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିବା ପୂଜା ଭଟ୍ଟ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ। ପୂଜା ଏହି ଯାତ୍ରାରେ ସାମିଲ ହୋଇ ରାହୁଲ ଗାନ୍ଧିଙ୍କ ସହ ୧୦.୫ କିଲୋମିଟର ଯାଏଁ ପଦଯାତ୍ରା କରିଥିଲେ। ଏଥିସହ ରାହୁଲଙ୍କ ସହ ଅନେକ ବିଷୟରେ ସେ ଆଲୋଚନା ମଧ୍ୟ କରିଥିଲେ। ଭାରତ ଯୋଡ ଯାତ୍ରାର ଆଜି ହେଉଛି ୫୬ ତମ ଦିନ। ଏହି ଯାତ୍ରା ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଗତକାଲି ହାଇଦ୍ରାବାଦରେ ରାହୁଲ ଗାନ୍ଧିଙ୍କର ଏହି ପଦଯାତ୍ରାରେ ରୋହିତ ଭେମୁଲାଙ୍କ ମା ଯୋଗ ଦେଇଥିଲେ। ସେ ରାହୁଲଙ୍କ ସହ କିଛି ବାଟ ଚାଲିବା ବେଳେ କହିଥିଲେ କି ଦେଶରେ ବଢୁଥିବା ଭେଦଭାବକୁ କେବଳ କଂଗ୍ରେସ ହିଁ ଦୂରେଇ ପାରିବ।

Show More

Related Articles

Back to top button