ଦେଶମନୋରଞ୍ଜନସ୍ୱତନ୍ତ୍ର

କାନ୍ତାରା’ର ଋଷଭ ଶେଟ୍ଟୀ ବଲିଉଡକୁ କଲେ ନାଁ

କାନ୍ତାରା’ର ଋଷଭ ଶେଟ୍ଟୀ ବଲିଉଡକୁ କଲେ ନାଁ । ୧୫ କୋଟି ବଜେଟରେ ନିର୍ମିତ ହୋଇଥିବା ଏହି ନ୍ନଡ ଫିଲ୍ମଟି ବକ୍ସ ଅଫିସରେ ଭଲ କଲେକ୍ସନ କରିବା ସହ ଅନେକ ରେକର୍ଡ ଭାଙ୍ଗିଛି । ତେବେ ଏହି ଫିଲ୍ମରେ ଅଭିନୟ କରିଥିବା ଋଷଭ ଶେଟ୍ଟୀଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଛି ।

ନିକଟରେ ଏକ ସାକ୍ଷାତକାରରେ ‘କାନ୍ତାରା’ର ସଫଳତା ପରେ ମଧ୍ୟ ବଲିଉଡରୁ ଅନେକ ଅଫର ପାଇବା ଆରମ୍ଭ କରିଛନ୍ତି ବୋଲି ନିଜେ ଋଷଭ ଶେଟ୍ଟୀ ପ୍ରକାଶ କରିଛନ୍ତି । ସେହିପରି ତାଙ୍କ ଆଗାମୀ ଯୋଜନାକୁ ନେଇ ଆଲୋଚନା କରିଛନ୍ତି ଏବଂ ସେ ବଲିଉଡକୁ ଆସିବାକୁ ଚାହୁଁଛନ୍ତି କି ନାହିଁ ବୋଲି କହିଛନ୍ତି।

ସେ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଛନ୍ତି। ବଲିଉଡରେ ତାଙ୍କର ପ୍ରବେଶକୁ ନେଇ ପଚରାଯିବାରୁ ସେ କହିଛନ୍ତି ଯେ “ମୋତେ ବଲିଉଡ ନିର୍ମାତାଙ୍କଠାରୁ ଅଫର ମିଳୁଛି କିନ୍ତୁ ବର୍ତ୍ତମାନ ମୁଁ କେବଳ କନ୍ନଡରେ ଫିଲ୍ମ କରିବାକୁ ଚାହୁଁଛି। ମୁଁ ମିଷ୍ଟର ବଚ୍ଚନଙ୍କୁ ଭଲ ପାଏ। ମୁଁ ତାଙ୍କୁ ପ୍ରକୃତରେ ଖୁବ ପସନ୍ଦ କରେ ଏବଂ ଯୁବ ପିଢିର ଅଭିନେତାଙ୍କ ଭିତରେ ଶାହିଦ କପୁର, ସଲମାନ ଭାଙ୍କ ପରି ଆହୁରି ଅନେକ … ମୁଁ ପ୍ରତ୍ୟେକଙ୍କୁ ପସନ୍ଦ କରେ।”

ତେବେ ଋଷଭ ଶେଟ୍ଟୀଙ୍କ ପୂର୍ବରୁ ଦକ୍ଷିଣ ସିନେମା ସୁପରଷ୍ଟାର ମହେଶ ବାବୁ ମଧ୍ୟ ବଲିଉଡ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କର ଗୋଟିଏ ଫିଲ୍ମର ପ୍ରମୋସନ ବେଳେ ସେ ବଲିଉଡ ପାଇଁ ଏକ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଥିଲା।

ବଲିଉଡ୍‌କୁ ନେଇ ଅଭିନେତା କହିଥିଲେ ଯେ “ମୁଁ ଭାବୁଛି ସେମାନେ ମୋତେ ଅଫର୍ଡ କରି ପାରିବେ ନାହିଁ। ଏହି କାରଣରୁ ମୁଁ ମୋର ସମୟ ନଷ୍ଟ କରିବାକୁ ଚାହେଁ ନାହିଁ। ତେଲୁଗୁ ସିନେମାରୁ ମତେ ଷ୍ଟାରଡମ୍ ଏବଂ ଭଲ ପାଇବା ମିଳିଛି।” ତେବେ ଏହି ବିବୃତ୍ତି ପରେ ମହେଶ ବାବୁ ମଧ୍ୟ ନିଜ ଭୁଲ ବୁଝି ସଫେଇ ଦେଇଥିଲେ।

Show More

Related Articles

Back to top button