ମାଳଦ୍ୱୀପର ରାଜଧାନୀରେ ବଡଧରଣର ଅଗ୍ନିକାଣ୍ଡ । ମାଳଦ୍ୱୀପ ରାଜଧାନୀ ମାଲେରେ ଏକ ବିଲ୍ଡିଂରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି ।
ସୂଚନା ଅନୁଯାୟୀ. ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର୍ରେ ଥିବା କାର୍ ରିପେୟାରିଂ ଗ୍ୟାରେଜ୍ରେ ପ୍ରଥମେ ନିଆଁ ଲାଗିଥିଲା। ଘଟଣାରେ ୯ ଭାରତୀୟଙ୍କ ସହ ଜଣେ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି।
ଦମକଳ ଅଧିକାରୀମାନଙ୍କ କହିବା ମୁତାବକ, ଗ୍ରାଉଣ୍ଡ ଫ୍ଲୋର୍ରେ ଲାଗିଥିବା ନିଆଁ ଧୀରେ ଧୀରେ ବିଲ୍ଡିଂର ଉପର ମହଲାକୁ ଚାଲି ଯାଇଥିଲା। ଏହି ଭୟଙ୍କର ଅଗ୍ନିକାଣ୍ଡ ପରେ ଉପର ମହଲାରୁ ୧୦ ମୃତଦେହକୁ ଜବତ କରାଯାଇଛି। ତେବେ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିବାରେ ପାଖାପାଖି ୪ ଘଣ୍ଟା ସମୟ ଲାଗିଥିଲା।
ସେପଟେ ମାଲେ ଅଗ୍ନିକାଣ୍ଡକୁ ନେଇ ମାଲଦ୍ୱୀପରେ ଭାରତୀୟ ଉଚ୍ଚ ଆୟୋଗ ଗଭୀର ଶୋକବ୍ୟକ୍ତ କରିଛି। ଉଚ୍ଚ ଆୟୋଗର କହିବା ହେଲା, ଆମେ ମାଲଦ୍ୱୀପ ସରକାରଙ୍କ ସହ ଲଗାତାର ଯୋଗାଯୋଗରେ ରହିଛୁ।