
ପ୍ରକୃତିର ବରଦାନ ହେଉଛି ଭିତରକନିକା । ଏହିଠାରେ ଶୀତଋତୁର ଆରମ୍ଭରେ ଅନେକ ସଂଖ୍ୟକ ରଙ୍ଗବେରଙ୍ଗ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ତେବେ ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଥିବାବେଳେ ଦୃଶ୍ୟମାନ ହେଲେଣି ରଙ୍ଗବେରଙ୍ଗର ପକ୍ଷୀ । ପକ୍ଷୀମାନଙ୍କ କଳରବରେ ପୂରି ଉଠୁଛି ସ୍ଥାନୀୟ ପରିବେଶ । ଏହାକୁ ଦେଖିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ ।
ଶୀତଋତୁର ଆରମ୍ଭରେ ଏହି ପକ୍ଷୀମାନେ ଆସିବା ସହିତ ଗ୍ରୀଷ୍ମଋତୁର ଆରମ୍ଭରେ ଫେରି ଯାଇଥାନ୍ତି। ଘଡିଆମାଳ ଗାଁ ନିକଟରେ ବହି ଯାଇଥିବା ପାଟ୍ଟଶାଳା ନଦୀର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଦୁବହଂସ ଦେଖିବାକୁ ମିଳୁଛି।ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଦଳ ଗଠନ କରାଯାଇଛି। ଏହି ପକ୍ଷୀ ସମୂହ ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ୨୦୦୨ରେ ରାମସର ସାଇଟ୍ର ମାନ୍ୟତା ମିଳିଥିଲା ।
ବାର୍ଡ ଫ୍ଲୁ ଆଶଙ୍କା ଥିବାରୁ ବନବିଭାଗ ପକ୍ଷରୁ ପକ୍ଷୀ ମାନଙ୍କର ନମୁନା ପରୀକ୍ଷା କରାଯାଇଛି । ଯେଉଁଥିରେ ବାର୍ଡ ଫ୍ଲୁ ଆଶଙ୍କା ନଥିବା ନେଇ ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।