ଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ନୁହ ହିଂସା ମାମଲା, ଏନକାଉଣ୍ଟର ବେଳେ ଆଉ ଜଣେ ଅଭିଯୁକ୍ତ ଗିରଫ

ଆରାବଳୀ ପାହାଡରେ ଲୁଚି ରହିଥିଲା ଅଭିଯୁକ୍ତ

ଗୁରୁଗ୍ରାମ: ନୁହ ହିଂସା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଓ ତଦନ୍ତକାରୀ ଟିମ୍ ଲଗାତର ଭାବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ହରିୟାଣା ସହିତ ଉତ୍ତରପ୍ରଦେଶ ଓ ରାଜସ୍ଥାନ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜାରି ରଖିଛନ୍ତି । ତେବେ ସୋମବାର ବିଳମ୍ବିତ ରାତିରେ ଆରାବଳୀ ପାହାଡରେ ଲୁଚି ରହିଥିବା ଜଣେ ଅଭିଯୁକ୍ତକୁ ଧରିଛି ପୋଲିସ । କ୍ରାଇମବ୍ରାଞ୍ଚ ପକ୍ଷରୁ ଏନକାଉଣ୍ଟର କରାଯାଇ ଦୁର୍ବୃତ୍ତକୁ ଗିରଫ କରାଯାଇଛି । 2023 ଜୁଲାଇ 31 ତାରିଖ ହିଂସା ଦିନଠାରୁ ହିଁ ଅଭିଯୁକ୍ତ ଜଣକ ସେଠାରେ ଲୁଚିରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ ଜଣକ ଢିଡାରା ଗାଁର ବାସିନ୍ଦା ବୋଲି ଜଣାପଡିଛି । ପୂର୍ରୁ ଏହି ଅଞ୍ଚଳର ବହୁ ଅଭିଯୁକ୍ତଙ୍କୁ ଲୋକମାନେ ପୋଲିସକୁ ହସ୍ତାନ୍ତର କରିଥିଲେ ।

Show More

Related Articles

Back to top button