Breaking PLUSଓଡ଼ିଶାମୁଖ୍ୟ ଖବର
ତିନି ଆଇଏସ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ ସୋମବାର ୩ଜଣ ଇସଲାମିକ ଷ୍ଟେଟ (ଆଇଏସ୍) ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ୱାଣ୍ଟେଡ ତାଲିକାରେ ରହିଛନ୍ତି। ଗିରଫ ଆତଙ୍କବାଦୀମାନେ ହେଲେ ମହମ୍ମଦ ସାହାନୱାଜ ଓରଫ ସାଫି ଉଜ୍ଜାମା, ମହମ୍ମଦ ରିଜୱାନ ଓ ଅର୍ସଦ ୱାର୍ସି।
ସାହାନୱାଜ ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିଲା। ତାର ଗିରଫ ପାଇଁ ଏନଆଇଏ ୩ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ସାହାନୱାଜ ବୃତ୍ତିରେ ଜଣେ ମାଇନିଂ ଇଞ୍ଜିନିୟର। ଆଇଏସ୍ ଆତଙ୍କବାଦୀ ସଂଗଠନ ସହିତ ତାର ସମ୍ପର୍କ ରହିଛି। ଗତ ଜୁଲାଇରେ ସେ ପୁଣେ ପୁଲିସ ହେପାଜତରୁ ଖସିଆସି ଦିଲ୍ଲୀରେ ଲୁଚି ରହିଥିଲା। ସେ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଶିବିର ପକାଇବା ପୂର୍ବକ ଯୁବକଙ୍କୁ ନିଯୁକ୍ତି ଦେବା ଲାଗି ପ୍ରବର୍ତ୍ତାଇଥିଲା। ସାହାନୱାଜକୁ ଦକ୍ଷିଣ-ପୂର୍ବ ଦିଲ୍ଲୀରୁ ଗିରଫ କରାଯାଇଥିବାବେଳେ ରିଜୱାନକୁ ଲକ୍ଷ୍ନୌ ଓ ଅର୍ସଦକୁ ମୁରାଦାବାଦରୁ ଗିରଫ କରାଯାଇଛି।



