Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ବିଜୟା ଦଶମୀ

ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ ବଧ କରିବେ ମା’ ଦୁର୍ଗା। ମା’ ଜଗଜ୍ଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ପୂଜା ମଣ୍ଡପରେ ମା’ଦୁର୍ଗା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା।
ବେଦଧ୍ୱନି, ଘଣ୍ଟଘଣ୍ଟା, ମନ୍ତ୍ରପାଠରେ ଉଚ୍ଛୁଳି ପଡୁଛି ପୂରା ପରିବେଶ । ବିଭିନ୍ନ ମଣ୍ଡପଗୁଡିକରେ ପାରମ୍ପିକ ରୀତିନୀତି ଅନୁସାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା ।