Breaking PLUSଦେଶମୁଖ୍ୟ ଖବରରାଜନୀତି

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଭିଯାନରେ ହିତାଧିକାରୀଙ୍କ ସହ କଥା ହେଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଦେଇଥିବା ଏକ ସ୍ୱଚ୍ଛ ବ୍ୟବସ୍ଥା, ଏହାର ସଚ୍ଚୋଟ ପ୍ରୟାସ ଏବଂ ଲୋକଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇ ଗତ ନଅ ବର୍ଷ ମଧ୍ୟରେ ପ୍ରାୟ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ସେ କହିଛନ୍ତି, ଭାରତରେ ଦାରିଦ୍ର୍ୟ ହ୍ରାସ ପାଇପାରେ ବୋଲି କେହି ଭାବି ପାରିନଥିଲେ କିନ୍ତୁ ଗରିବମାନେ ଦର୍ଶାଇଛନ୍ତି ଯେ ଯଦି ସେମାନଙ୍କୁ ସମ୍ବଳ ଦିଆଯାଏ ତେବେ ଏହା ହୋଇପାରିବ। ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବିଭିନ୍ନ ଜନ କଲ୍ୟାଣକାରୀ ହିତାଧିକାରୀଙ୍କ ସହ ଆଭାସୀ ଜରିଆରେ କଥାବାର୍ତ୍ତା ସମୟରେ ଶ୍ରୀ ମୋଦୀ ଏହା କହିଛନ୍ତି।
ନୀତି ଆୟୋଗ ରିପୋର୍ଟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବ ଲୋକଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ଭାରତ ଅନ୍ୟ ଦେଶ ପାଇଁ ଆଦର୍ଶ ହୋଇପାରିଛି ଏବଂ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏହି ରିପୋର୍ଟକୁ ଶ୍ରୀ ମୋଦୀ ଅତ୍ୟନ୍ତ ଉତ୍ସାହଜନକ ବୋଲି କହିଛନ୍ତି। ମୋଦୀ କହିଛନ୍ତି ଯେ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଭୂତପୂର୍ବ ସଫଳତା ହାସଲ କରିଛି ଏବଂ ଲୋକଙ୍କ ଚାହିଁବା ଅନୁଯାୟୀ ତାଙ୍କ ସରକାର ଏହାର ସମୟସୀମା ଜାନୁୟାରୀ ୨୬ ଯାଏଁ ବୃଦ୍ଧି କରିବାର ସମ୍ଭାବନା ରହିଛି। ସେ କହିଛନ୍ତି, ୨ ମାସ ମଧ୍ୟରେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ଏହା ସମାଜର ସବୁ କ୍ଷେତ୍ରରେ ପହଂଚି ପାରିଛି।

Show More

Related Articles

Back to top button