Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

୧୦ଜୁନରେ ଓଡ଼ିଶାରେ ବିଜେପି ସରକାର ଗଢିବ-ପିଏମ ମୋଦି

ବଲାଙ୍ଗୀର: ଓଡ଼ିଶାରେ ହେବ ଡବଲ ଇଞ୍ଜିନ୍‌‌ ସରକାର। ୧୦ଜୁନରେ ଓଡ଼ିଶାରେ ବିଜେପି ସରକାର ଗଢିବ, ଓଡ଼ିଆ ଲୋକ ମୁଖ୍ୟମନ୍ତ୍ରୀ ହେବେ। ୪ ଜୁନ୍‌‌ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌‌। ବଲାଙ୍ଗୀରରେ ଲୋକଙ୍କ ଉତ୍ସାହ ଦେଖି ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ମୋଦୀ କହିଛନ୍ତି। ଓଡ଼ିଶା ଧନୀ ରାଜ୍ୟ, ହେଲେ ଏଠାକାର ଲୋକେ ଗରିବ କାହିଁକି। ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କରି ଓଡ଼ିଆ ଅସ୍ମିତା କଥା ଉଠାଇଲେ ପ୍ରଧାନମନ୍ତ୍ରୀ। ଓଡ଼ିଆ ଅସ୍ମିତା ସଙ୍କଟରେ ଅଛି। ଓଡ଼ିଆ ଲୋକ ବହୁତ ସ୍ୱାଭିମାନୀ, ସେମାନେ କେବେ ବି ଅନ୍ୟାୟ ଆଗରେ ମୁଣ୍ଡ ନୁଆଁନ୍ତିନି। ଯେବେ ବି ଓଡ଼ିଶା ଆସେ ସେତେବେଳେ ମୁଁ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଚନ୍ଦ୍ରଶେଖର ବେହେରା, ଉତ୍କଳମଣି ଗୋପବନ୍ଧୁ ଦାସ, ବାଜିରାଉତ, ହରେକୃଷ୍ଣ ମହତାବ, ବିଜୁ ବାବୁଙ୍କୁ ସ୍ମରଣ କରେ। ଏମାନେ ସମସ୍ତେ ଓଡ଼ିଶା ସିଦ୍ଧାନ୍ତ ଓ ଅସ୍ମିତା ସହ କେବେ ସାଲିସ କରିନଥିଲେ। ହେଲେ ସେମାନେ ଆଜି ଓଡ଼ିଶାର ସ୍ଥିତି ଦେଖି କଣ ଭାବୁଥିବେ।

Show More

Related Articles

Back to top button