Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ସୋରଡାରେ ଶାହଙ୍କ ଗର୍ଜନ

ଅଣଓଡ଼ିଆ ଚଳାଉଛନ୍ତି ସରକାର

ଭୁବନେଶ୍ୱର- ଗଂଜାମର ସୋରଡାରେ ଶାହଙ୍କ ଗର୍ଜନ । ଆଜି ଦଳୀୟ ନିର୍ବାଚନ ପ୍ରଚାରରେ ଆସି ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିଲେ ଗଞ୍ଜାମକୁ ଦେଶର ୧ ନମ୍ବର ଜିଲ୍ଲାରେ ପରିଣତ କରିବ। ଗଞ୍ଜାମର ସୋରଡ଼ା ଠାରେ ଦଳୀୟ ନିର୍ବାଚନ ସଭାରେ ଯୋଗଦେଇ ଶାହା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ନବୀନ ବାବୁ ସରକାର ଚଳାଉଛନ୍ତି କି ପ୍ରଶ୍ନ କଲେ ଶାହ । ଏଠାରେ ବାବୁମାନେ ସରକାର ଚଳାଉଛନ୍ତି । -ଯଦି ବାବୁଙ୍କୁ ଦେବାର ଥିଲା, ଓଡ଼ିଆ ବାବୁଙ୍କୁ ହେଲେ ଦେଇଥାନ୍ତେ । ନବୀନ ୱାନ୍‌ ନେସନ, ୱାନ୍‌ ରାସନ କାର୍ଡ କରୁନାହାନ୍ତି । ରାସନ ହଡ଼ପ କରିବା ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହା ଲାଗୁ କରୁନାହାନ୍ତି । ପୂର୍ବରୁ ମୋଦୀ ଓଡ଼ିଶାରେ କହିଥିବା କଥାକୁ ସେ ଦୋହରାଇଛନ୍ତି।

ଆଜିର ସଭାରେ ଶାହା ରାଜ୍ୟରେ ୩୧୦୦ ଟଙ୍କାରେ ଧାନ କ୍ରୟ, ଶ୍ରୀମନ୍ଦିରର ୪ଟି ଦ୍ୱାରା ଖୋଲିବା, ରତ୍ନଭଣ୍ଡାର କମିଶନ ରିପୋର୍ଟ ସାର୍ବଜନୀନ କରିବା ଓ ୱାନ୍‌ ନେସନ-ୱାନ୍‌ ରାସନ କାର୍ଡ ଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଶାହା ରାଜ୍ୟରେ ଅଣଓଡ଼ିଆ ଶାସନକୁ ସମାଲୋଚନା କରି କହିଛନ୍ତି, ୧୮ ମାସ ମଧ୍ୟରେ ଚିଟ୍‌ଫଣ୍ଡ ଠକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Show More

Related Articles

Back to top button