Breaking PLUSଓଡ଼ିଶାମୁଖ୍ୟ ଖବର
ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କର ପରଲୋକ
ଭୁବନେଶ୍ୱର- ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କର ପରଲୋକ ଘଟିଛି। ଭୁବନେଶ୍ଵର ବିଜେବି ନଗରସ୍ଥିତ ବାସଭବନରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପୁଅ ତପେଶ ରଏ , ଝିଅ ଲୋନା ରଏଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ। ଶ୍ରୀମତୀ ରଏ ଓଡିଶା ସଙ୍ଗୀତ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଥିଲେ। ୧୯୪୮ରେ ଆକାଶବାଣୀ କଟକ କେନ୍ଦ୍ର ଉଦଘାଟନ ସମୟରେ ସେ ସଙ୍ଗୀତ ପରିବେଷଣ କରି ପ୍ରଶଂସିତ ହୋଇଥିଲେ।