Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀ
ଭୁବନେଶ୍ୱର- ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ବିଜେପିର ଭୁବନେଶ୍ଵର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଧକ୍କା ମାରି ଦଳୀୟ କାର୍ଯ୍ୟାଳୟରୁ ତଡ଼ି ଦେଇଛନ୍ତି ବିଜେପି ମହିଳା କର୍ମୀ। ନିଲମ୍ବିତ ହେବା ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିବାକୁ ଆସିଥିବାବେଳେ ପାର୍ଟି ଅଫିସରେ ତାଙ୍କୁ ମହିଳା କର୍ମୀମାନେ ଧକ୍କା ଦେଇ ବାହାର କରିଦେଇଥିବା ଦେଖିବାକୁ ମିଳିଛି।