Breaking PLUSଦେଶମୁଖ୍ୟ ଖବର
ମଙ୍କିପକ୍ସ ନେଇ ସବୁ ରାଜ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର -ମଙ୍କିପକ୍ସ ନେଇ ସବୁ ରାଜ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । ସଚେତନ ବାର୍ତ୍ତା ପ୍ରଚାର ଓ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଓ ରାଜ୍ୟସ୍ତରରେ ବରିଷ୍ଠ ଅଧିକାରୀଙ୍କୁ ସମୀକ୍ଷା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଚିହ୍ନଟ ଓ ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେସନ ବ୍ୟବସ୍ଥା କରିବାକୁ କୁହାଯାଇଛି । ସଂକ୍ରମିତଙ୍କଠୁ ଅନ୍ୟମାନଙ୍କୁ ସଂକ୍ରମଣ ନ ବ୍ୟାପିବାର ବ୍ୟବସ୍ଥା କରନ୍ତୁ । ପଜିଟିଭ ଚିହ୍ନଟ ହେଲେ କ୍ଲେଡ୍ ଜାଣିବାକୁ ଜିନମ ସିକୁଏନ୍ସିଂ ପାଇଁ ପଠାନ୍ତୁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।