Breaking PLUSଦେଶମୁଖ୍ୟ ଖବର

କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ 62ଟଙ୍କା ବୃଦ୍ଧି

୧ ନଭେମ୍ବରରୁ ବଢିଛି ଗ୍ୟାସ ସିଲିଣ୍ଡର ଦର। ତୈଳ କମ୍ପାନୀ ଗୁଡିକ ପହିଲାରୁ ଗ୍ୟାସ ସିଲିିଣ୍ଡର ଦାମ୍‌ରେ ପରିବର୍ତ୍ତନ କରିଥାନ୍ତି। ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍‌ରେ ୬୨ ଟଙ୍କା ବୃଦ୍ଧି କରାଯାଇଛି । ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ୬୨ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଘରୋଇ ସିଲିଣ୍ଡର ଦାମରେ ପରିବର୍ତ୍ତନ କରାଯାଇ ନାହିଁ ।

ଦିଲ୍ଲୀରେ ପୂର୍ବରୁ ୧୭୪୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ଦାମ୍‌ ବର୍ତ୍ତମାନ ୧୮୦୨ ଟଙ୍କାରେ ମିଳିବ। ଲଗାତାର ଚାରି ମାସ  ହେବ ୧୯ କିଲୋ ସିଲିଣ୍ଡର ଦାମ୍‌ ବୃଦ୍ଧି ହୋଇଛି । କଲକାତାରେ ସିଲିଣ୍ଡର ଦାମ୍‌ ୧୯୧୧.୫୦ ଟଙ୍କା । ମୁମ୍ବାଇରେ ୧୭୫୪.୫୦ ଟଙ୍କାରେ ପହଞ୍ଚି ସାରିଛି । ସେହିପରି ଚେନ୍ନାଇରେ ୧୯୬୪ ଟଙ୍କାରେ ମିଳିବ । ରେସ୍ତୋରାଁ, ହୋଟେଲ ଆଦିରେ ଏହାର ବ୍ୟବହାର ହୋଇଥାଏ । ବ୍ୟବସାୟିକ ସିଲିଣ୍ଡର ଦାମ୍‌ ବୃଦ୍ଧି ହେଉଥିବାରୁ ଖାଦ୍ୟ-ପେୟ ଦାମ୍‌ ମହଙ୍ଗା ହେବା ନେଇ ଆଶଙ୍କା କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button