Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା

କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା। ପରମସଂହ କାଠଯୋଡି ନଦୀ ପଠାରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ମୁହଁ ଏବଂ ବେକରେ ଗଭୀର କ୍ଷତ ରହିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ତେବେ ମହିଳା ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ସକାଳୁ କିଛି ସ୍ଥାନୀୟ ଲୋକ ନଦୀ ପଠାରେ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। କନ୍ଦରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି।

Show More

Related Articles

Back to top button