Breaking PLUSଓଡ଼ିଶାମୁଖ୍ୟ ଖବର
ଗାନ୍ଧିମୂର୍ତ୍ତି ତଳେ ସାମ୍ବାଦିକଙ୍କ ଧାରଣା

ଭୁବନେଶ୍ୱର: ଗତକାଲି ଘଟଣା ପରେ ବିଧାନସଭା ପ୍ରେସ ଗ୍ୟାଲେରିରେ ସାମ୍ବାଦିକଙ୍କୁ ମୋବାଇଲ ବ୍ୟବହାର ପାଇଁ ମନା କରାଯାଇଛି। ଗୃହରେ ଗତକାଲି ଘଟିଥିବା ଘଟଣାକୁ ସର୍ବସାଧାରଣରେ ପ୍ରକାଶ କରାଯାଇଥିବାରୁ ସାମ୍ବାଦିକମାନଙ୍କୁ ବିଧାନସଭା ପ୍ରେସ ଗ୍ୟାଲେରିରେ ମୋବାଇଲ ବ୍ୟବହାର ନେଇ ସରକାରଙ୍କ ପକ୍ଷରୁ ମୋବାଇଲ ବ୍ୟବହାର ପାଇଁ କଟକଣା ଲାଗୁ କରାଯାଇଛି। ଏହାର ପ୍ରତିବାଦରେ ସାମ୍ବାଦିକମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଗତକାଲି ଗୃହରେ ଘଟିଥିବା ଅଭାବନନୀୟ ଘଟଣା ପାଇଁ ପ୍ରେସ ଗ୍ୟାଲେରିରେ ସାମ୍ବାଦିକମାନଙ୍କ ମୋବାଇଲ ବ୍ୟବହାରକୁ ବାରଣ କରାଯାଇଛି।