Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଗଠିତ ହେଲା ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ

ଭୁବନେଶ୍ବର : ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ ଜିଲାର ଲେଫ୍ରିପଡା, ସମ୍ବଲପୁର ଜିଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।



