Breaking PLUSଓଡ଼ିଶାମୁଖ୍ୟ ଖବର
କୁହୁଡିର ଆସ୍ତରଣରେ କୋରାପୁଟ ଓ ସୁନ୍ଦରଗଡ଼

ଭୁବନେଶ୍ୱର- ଆଜି ସକାଳେ ଘନ କୁହୁଡ଼ିର ଧଳା ଚାଦରରେ ଘୋଡ଼େଇ ହୋଇଥିଲା କୋରାପୁଟ ଓ ସୁନ୍ଦରଗଡ଼ ସହର। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବି ଥିଲା କୁହୁଡ଼ିର ଆସ୍ତରଣ। ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମିଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ପାରଦ ୨ ଡିଗ୍ରି ବଢ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସହରର ରାତି ତାପମାତ୍ରା ସ୍ବାଭାବିକଠୁ ୭ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।



