Breaking PLUSଦେଶମୁଖ୍ୟ ଖବର
ଆଜି ଅଯୋଧ୍ୟା ରାମ ମନ୍ଦିର ଧ୍ୱଜାରୋହଣ ସମାରୋହ

ଅଯୋଧ୍ୟା, 25 ନଭେମ୍ବର- ଆଜି ଅଯୋଧ୍ୟା ରାମ ମନ୍ଦିର ଧ୍ୱଜାରୋହଣ ସମାରୋହ । ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଖରରେ ଉଡ଼ିବ ଗେରୁଆ ପତାକା । ପତାକାରେ ଉଜ୍ଜ୍ୱଳ ସୂର୍ଯ୍ୟ, କୋବିଦାରା ଗଛ ଏବଂ ‘ଓମ୍’ ଲେଖାଯାଇଛି । ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ । ସକାଳ ପ୍ରାୟ ୧୦ଟାରେ ଅଯୋଧ୍ୟାରେ ପହଞ୍ଚିବେ ମୋଦି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପ୍ତମନ୍ଦିର ପରିଦର୍ଶନ । ପରେ ଶେଷାବତାର ଓ ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରିବେ । ଏହା ପରେ ପୂଜାପାଠ ଓ ରାମ ଲଲ୍ଲା ଗର୍ଭଗୃହ ଦର୍ଶନ କାର୍ଯ୍ୟକ୍ରମ ରହିଛି ।ମଧ୍ୟାହ୍ନରେ ପବିତ୍ର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ଶିଖରରେ ଧ୍ୱଜାରୋହଣ କରାଯିବ ।


