Breaking PLUSଓଡ଼ିଶାମୁଖ୍ୟ ଖବର

୪ ହଜାରରୁ ଉର୍ଦ୍ଧ୍ବ ହିନ୍ଦୁ ମନ୍ଦିରର ଆର୍ଥିକ ଅନୁଦାନ ରାଶିକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର, 29 ନଭେମ୍ବର – ୪ ହଜାରରୁ ଉର୍ଦ୍ଧ୍ବ ହିନ୍ଦୁ ମନ୍ଦିରର ଆର୍ଥିକ ଅନୁଦାନ ରାଶିକୁ ବୃଦ୍ଧି କଲେ ରାଜ୍ୟ ସରକାର । ପୂର୍ବାପେକ୍ଷା ଅଢେ଼ଇ କୋଟି ଟଙ୍କା ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏହି ସବୁ ହିନ୍ଦୁ ମନ୍ଦିର ଗୁଡିକୁ ୫ କୋଟି ଟଙ୍କା ଯୋଗାଇ ଦିଆଯାଉଥିବା ବେଳେ ବର୍ତ୍ତମାନ ତାକୁ ୭ କୋଟି ୫୦ ଲକ୍ଷ ଟଙ୍କା ଆର୍ଥିକ ରାଶି ଯୋଗାଇ ଦେଇଛନ୍ତି । ଦେବତ୍ତର କମିଶନଙ୍କ ଅଧୀନରେ ରହିଛି ୧୮ ହଜାର ରୁ ଉର୍ଦ୍ଧ୍ବ ହିନ୍ଦୁ ମନ୍ଦିର । ସେଥିମଧ୍ୟରୁ ୪୧୪୫ ମନ୍ଦିରକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷ ପୂର୍ବ ଅପେକ୍ଷା ଅଢେ଼ଇ କୋଟି ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Show More

Related Articles

Back to top button