ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଡେଲାଙ୍ଗରେ ବୋମା ବିସ୍ଫୋରଣ: ବୋମା ତିଆରି ବେଳେ ଅଘଟଣ, ଯୁବକ ଗୁରୁତର

ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳରେ ମଙ୍ଗଳବାର ଏକ ଭୟଙ୍କର ବୋମା ବିସ୍ଫୋରଣ ଘଟି ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି। ଡେଲାଙ୍ଗ ଥାନା ଅଧୀନ ଜଙ୍ଗଲ ଅଞ୍ଚଳରେ ବୋମା ତିଆରି କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।
ଏହି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବାବେଳେ ବିସ୍ଫୋରଣର ଭୟାବହତାରେ ତାଙ୍କ ହାତ ପାପୁଲି ଛିଣ୍ଡିଯାଇଥିବା କୁହାଯାଉଛି। ଆହତ ଯୁବକ ଡେଲାଙ୍ଗର କୁଆପଦା ଅଞ୍ଚଳର ବସିନ୍ଦା ବୋଲି ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି।
ପ୍ରଥମେ ତାଙ୍କୁ ଡେଲାଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣା ପରେ ଅଞ୍ଚଳରେ ଭୟ ଓ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button