ଓଡ଼ିଶାନିଯୁକ୍ତିମୁଖ୍ୟ ଖବର

ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ୪,୫୧୦ କୋଟି ନିବେଶ, ୧୦ ହଜାର ଚାକିରି ସୁଯୋଗ

ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି।
ଏହି ପ୍ରକଳ୍ପମାନଙ୍କ ମାଧ୍ୟମରେ ମୋଟ ୪,୫୧୦.୬୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ ୧୦,୧୨୨ ଜଣଙ୍କ ପାଇଁ ଚାକିରି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ବଲାଙ୍ଗୀର, କଟକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ସମେତ ୧୧ଟି ଜିଲ୍ଲାରେ ସ୍ଥାପିତ ହେବ।
ଆଲୁମିନିୟମ ଓ ଧାତୁ କ୍ଷେତ୍ରରେ କେତେକ ବଡ଼ ନିବେଶ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, କଟକ ଓ ବାଲେଶ୍ୱରରେ ଅନେକ ଶିଳ୍ପ ପ୍ରକଳ୍ପ ସ୍ଥାପିତ ହେବ।
ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଗତି ଆଣିବାକୁ ୪ଟି ନୂଆ ତାରକା ହୋଟେଲ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଭୁବନେଶ୍ୱର, ପୁରୀ, କୋରାପୁଟ ଓ ବଲାଙ୍ଗୀରରେ ଏହି ହୋଟେଲ୍‌ଗୁଡ଼ିକ ନିର୍ମାଣ ହେବ।
ଏଥିସହ ସମ୍ବଲପୁରରେ ଲଜିଷ୍ଟିକ୍ସ ପାର୍କ, କଳାହାଣ୍ଡିରେ ଇଥାନଲ୍ କାରଖାନା ଓ ଖୋର୍ଦ୍ଧାରେ ଶିଳ୍ପ ଉତ୍ପାଦନ ଏକକ ସ୍ଥାପନ ପାଇଁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।
ଏହି ସମସ୍ତ ପ୍ରକଳ୍ପ ରାଜ୍ୟର ଶିଳ୍ପ ବିକାଶକୁ ଆହୁରି ଶକ୍ତିଶାଳୀ କରିବା ସହ ନୂତନ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ ବୋଲି ସରକାର ଆଶା କରିଛନ୍ତି।

Show More

Related Articles

Back to top button