Breaking PLUSଓଡ଼ିଶା

ଉତ୍କଳ ଦିବସ

ବନ୍ଦେ ଉତ୍କଳ ଜନନୀ

🍁🍁🍁

ବନ୍ଦେ ଉତ୍କଳ ଜନନୀ

ଚାରୁ ହାସମୟୀ ଚାରୁ ଭାଷମୟୀ,

ଜନନୀ, ଜନନୀ, ଜନନୀ ।

ପୂତ-ପୟୋଧି-ବିଧୌତ-ଶରୀରା

ତାଳତମାଳ-ସୁଶୋଭିତ-ତୀରା

ଶୁଭ୍ରତଟିନୀକୂଳ-ଶୀକର-ସମୀରା

ଜନନୀ, ଜନନୀ, ଜନନୀ ।।

ଘନ ଘନ ବନଭୂମି ରାଜିତ ଅଙ୍ଗେ,

ନୀଳ ଭୂଧରମାଳା ସାଜେ ତରଙ୍ଗେ,

କଳ କଳ ମୁଖରିତ ଚାରୁ ବିହଙ୍ଗେ

ଜନନୀ, ଜନନୀ, ଜନନୀ ।।

ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,

ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,

ଯୋଗୀଋଷିଗଣ-ଉଟଜ-ପବିତ୍ରା

ଜନନୀ, ଜନନୀ, ଜନନୀ ।।

ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା

ଚାରୁକଳାବଳି-ଶୋଭିତ-ବେଶା

ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା

ଜନନୀ, ଜନନୀ, ଜନନୀ ।।

ଉତ୍କଳ ସୁରବର-ଦର୍ପିତ-ଗେହା,

ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,

ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା

ଜନନୀ, ଜନନୀ, ଜନନୀ ।।

କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,

ଭୁବନବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,

ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ

ଜନନୀ, ଜନନୀ, ଜନନୀ ।।

🍁🍁🍁
Show More

Related Articles

Leave a Reply

Your email address will not be published. Required fields are marked *

Back to top button