Breaking PLUSଓଡ଼ିଶାମୁଖ୍ୟ ଖବର

ପର୍ଯ୍ୟଟନକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, 04 ଏପ୍ରିଲ – ଥିଙ୍କ ଇଣ୍ଡିଆ ଥିଙ୍କ ଓଡିଶା ଥିମରେ ଦୌଡିବ ଓଡିଶା ପର୍ଯ୍ୟଟନ । ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବିଭାଗକୁ ପର୍ଯ୍ୟଟନକୁ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପର୍ଯ୍ୟଟନ କ୍ଷେତ୍ରରେ କେଉଁ ବିଭାଗ କଣ ଯୋଗ ଦାନ କରିପାରିବ ସେନେଇ ସଚିବ ସ୍ତରୀୟ ବୈଠକର ଆଲୋଚନା କରିଛନ୍ତି ଅନୁ ଗର୍ଗ । ଯେଉଁ ପର୍ଯ୍ୟଟକ ଇଣ୍ଡିଆକୁ ଆସିବାକୁ ନିଷ୍ପତ୍ତି ନେଉଛନ୍ତି ସେମାନେ ଓଡିଶା ଆସିବା ଦରକାର । ଓଡିଶା ପ୍ରଥମ ପସନ୍ଦ ହେବା ଦରକାର । ଏନେଇ ସବୁ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଆଜିର ବୈଠକରେ ନିଯୁକ୍ତି ଏବଂ ସରକାରୀ ଖର୍ଚ୍ଚର ମଧ୍ୟ ସମୀକ୍ଷା ହୋଇଛି ।

Show More

Related Articles

Back to top button