Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଏଲପିଜି, ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ- ଯୋଗାଣ ସଚିବ

ଭୁବନେଶ୍ୱର, 6 ଏପ୍ରିଲ – ରାଜ୍ୟରେ ଏଲପିଜି, ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ । ଗୋଟେ ଦୁଇଟି ସ୍ଥାନରେ ପେଟ୍ରୋଲ ଡିଜେଲ ମିଳିବାରେ ସମସ୍ୟା ହେଉଛି କିନ୍ତୁ ଅସୁବିଧା ନାହିଁ । ଏଲପିଜି ଗ୍ୟାସରେ କୌଣସି ସମସ୍ୟା ନାହିଁ ବୋଲି ଯୋଗାଣ ସଚିବ ସଂଜୟ ସିଂ କହିଛନ୍ତି । 70 ପ୍ରତିଶତ କମର୍ସିଆଲ ପାଇଁ ଏଲପିଜି ଗ୍ୟାସ ପ୍ରଦାନ କରାଯାଉଛି।  ଯେଉଁଠି ଅତି ଆବଶ୍ୟକ ଅଛି ସେଠାକୁ 20 ପ୍ରତିଶତ ଏଲପିଜି ଆଗୁଆ ଯୋଗାଇ ଦିଆଯାଇଛି। ଜିଲ୍ଲା ସ୍ତରରେ ଏହାକୁ ମନିଟରିଂ କରିବାକୁ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଅଛି ।

5କେଜି ସିଲିଣ୍ଡରକୁ ନେଇ ତୈଳ କମ୍ପାନୀ ମାନେ ଇ-କେୱାଇସି କରିକି ଦେଉଛନ୍ତି । ତାହାର କୌଣସି ଅସୁବିଧା ନାହିଁ । ଶ୍ରମିକ ଓ ଛାତ୍ରଛାତ୍ରୀ ମାନେ 5କେଜି ଗ୍ୟାସ ନେବାକୁ ହେଲେ ଆଇଡି ଦେଖାଇ ନେଇ ପାରିବେ । ତୈଳ କମ୍ପାନୀ ମାନେ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି 5କେଜି ଗ୍ୟାସ ପ୍ରଦାନ କରାଯାଉଛି । କଟକଣା ସେହି ମାନଙ୍କ ପାଇଁ ଯିଏ ବିନା ଅନୁମତିରେ ବ୍ୟବସାୟ କରୁଛନ୍ତି । କଳାବଜାରୀ ରୋକିବା ପାଇଁ ହିଁ ଏହି ପଦକ୍ଷେପ ନିଆଯାଇଛି ।

Show More

Related Articles

Back to top button