Breaking PLUSଦେଶ ବିଦେଶମୁଖ୍ୟ ଖବର

ଇସଲାମାବାଦରେ ଇରାନ୍-ଆମେରିକା ଶାନ୍ତି ଆଲୋଚନା ବିଫଳ

ଇସଲମାବାଦ- ଇସଲାମାବାଦରେ ଇରାନ୍-ଆମେରିକା ଶାନ୍ତି ଆଲୋଚନା ବିଫଳ ହୋଇଛି । କୌଣସି ନିଷ୍କର୍ଷ ନବାହାରିବାରୁ ଆମେରିକା ଫେରିଗଲେ ଜେଡି ଭାନ୍ସ ।

ଉଭୟ ଦେଶର ପ୍ରତିନିଧିମଣ୍ଡଳ ମଧ୍ୟରେ ପ୍ରାୟ ୨୧ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ଆମେରିକୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ କରୁଥିବା ଉପରାଷ୍ଟ୍ରପତି ଜେଡି ଭାନ୍ସ ପାକିସ୍ତାନରୁ ନିଜ ଦେଶକୁ ଫେରିଯାଇଛନ୍ତି।

ପୂର୍ବରୁ କୁହାଯାଇଥିଲା ଯେ ଆଜି ମଧ୍ୟ ଆଲୋଚନା ହେବ। ଆମେରିକାକୁ ଫେରିବା ପୂର୍ବରୁ ଭାନ୍ସ  କହିଥିଲେ ଯେ, ଖରାପ ଖବର ହେଲା ଯେ ଆମେ କୌଣସି ସମ୍ମତିରେ ପହଞ୍ଚି ପାରିଲୁ ନାହିଁ।

ତାଙ୍କ ଦୃଷ୍ଟିରେ, ଏହା ଆମେରିକାଠାରୁ ଇରାନ ପାଇଁ ଅଧିକ ଖରାପ ଖବର। କୌଣସି ସମ୍ମତି ବିନା ସେ ଆମେରିକାକୁ ଫେରୁଛନ୍ତି। ଇରାନୀ ଅଧିକାରୀମାନଙ୍କ ସହ ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା ପରେ ସେ ଏହି ପଦକ୍ଷେପ ନେଇଥିଲେ। ଏହି ଆଲୋଚନା କୌଣସି ସମ୍ମତିକୁ ପହଞ୍ଚିବା ବିନା ଶେଷ ହୋଇଗଲା।

Show More

Related Articles

Back to top button