Breaking PLUSଦେଶମୁଖ୍ୟ ଖବର

ଜାମ୍ମୁକାଶ୍ମୀର ଡୋଡ଼ାରେ ଭୂକମ୍ପ ଝଟ୍‌କା ଅନୁଭୂତ

ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୬ ରେକର୍ଡ

ଡୋଡା, 12 ଏପ୍ରିଲ- ଜାମ୍ମୁକାଶ୍ମୀର ଡୋଡ଼ାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୬ ରେକର୍ଡ ହୋଇଛି ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୋର୍ ସକାଳ ୪ଟା ୨୨ ମିନିଟ୍‌ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏଥିରେ କିଛି କ୍ଷୟକ୍ଷତି କିମ୍ବା ମୃତାହତ ହେବାର ଖବର ଆସିନଥିଲେ ମଧ୍ୟ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ।

ଏହାର ଠିକ୍ ୧୦ ମିନିଟ୍ ପରେ, ଏଠାରେ ଆଉ ଏକ ଭୂମିକମ୍ପ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩। ଭୂମିକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ ଓ କାଶ୍ମୀରର କଟରାରୁ ୯୨ କିଲୋମିଟର ଦୂରରେ ଥିଲା।

Show More

Related Articles

Back to top button