ସ୍ୱାସ୍ଥ୍ୟ

ଏସ୍‌ସିବି କ୍ୟାଣ୍ଟିନ ଖାଦ୍ୟରୁ ବେଙ୍ଗ

 

କଟକ: ଏସ୍‌ସିବି ମେଡିକାଲ ପରିସରରେ ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଦେଇଥିବା ଘଟଣା ସାମ୍ନାକୁ ଆସିଛି। ଜଣେ ରୋଗୀଙ୍କୁ ଦିଆଯାଇଥିବା ଖାଦ୍ୟର ଆଚାରରୁ ବେଙ୍ଗ ବାହାରିଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କିତ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହା ନେଇ ଚର୍ଚ୍ଚା ତିବ୍ର ହୋଇଛି।

ସୂଚନାନୁସାରେ, ଏହି ଖାଦ୍ୟ ମେଡିକାଲ ପରିସରରେ ଥିବା ଗୋଟିଏ କ୍ୟାଣ୍ଟିନରୁ ଆସିଥିବା ବୋଲି କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏନେଇ କୌଣସି ଔପଚାରିକ ଅଭିଯୋଗ ହୋଇନଥିବା ସୂଚନା ମିଳିଛି, ଏବଂ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏସ୍‌ସିବିରେ ଭର୍ତ୍ତି ଥିବା ପ୍ରାୟ ୧୨୦୦ ରୋଗୀଙ୍କ ପାଇଁ ଘରୋଇ ସଂସ୍ଥା ଦ୍ୱାରା ଦିନକୁ ତିନୋଟି ପର୍ଯ୍ୟାୟରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ସେଥିପାଇଁ ମେଡିକାଲ ପରିସରରେ ଗୋଟିଏ ଆହାର କେନ୍ଦ୍ର ଓ ଦୁଇଟି କ୍ୟାଣ୍ଟିନ ରହିଛି, ଯେଉଁଠାରେ ରୋଗୀ, ସମ୍ପର୍କୀୟ, ଡାକ୍ତର ଓ କର୍ମଚାରୀମାନେ ଖାଦ୍ୟ ଗ୍ରହଣ କରୁଥାନ୍ତି।

ଘଟଣା ପ୍ରକାଶ ପାଇବା ପରେ ମେଡିକାଲର ଖାଦ୍ୟ ଗୁଣବତ୍ତା ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

Show More

Related Articles

Back to top button