Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆହୁରି ଦୁଇଦିନ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର, 27 ମେ-ଆହୁରି ଦୁଇଦିନ ଗ୍ରୀଷ୍ମ ପ୍ରବାହ । ୨୦ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଏହା ତଳକୁ ସମ୍ବଲପୁରରେ ୪୪.୪ ଡିଗ୍ରୀ, ହୀରାକୁଦ, ଭବାନୀପାଟଣା ଓ ନୂଆପଡ଼ା ୪୪, ସୋନପୁର ଓ ବୌଦ୍ଧ ୪୩.୮, ଝାରସୁଗୁଡା ୪୩.୪, ବଲାଙ୍ଗୀର ୪୩.୨, ସୁନ୍ଦରଗଡ଼ ଓ ବରଗଡ଼ରେ ୪୨, ନୟାଗଡ଼ ୪୧.୬, ନବରଙ୍ଗପୁରରେ ୪୧.୪, ବାରିପଦା ୪୧.୨, ଖୋର୍ଦ୍ଧା ଓ ମାଲକାନଗିରି ୪୧, ଫୁଲବାଣୀ ୪୦.୯ ଏବଂ ଅନୁଗୋଳରେ ତାପାମାତ୍ରା ୪୦.୧ ଡିଗ୍ରୀ ଛୁଇଁଥିଲା। ଆଉ ୨ଦିନ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବ ନାହିଁ। ଆସନ୍ତା ୩ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାର ଓ ଗୁରୁବାର ବୌଦ୍ଧ ଓ ବଲାଙ୍ଗୀର ଜିଲାକୁ ହିଟ୍‌ ଓ୍ବେଭ୍‌ ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

Show More

Related Articles

Back to top button