ଜୀବନଚର୍ଯ୍ୟା
ଆସନ୍ତୁ ଜାଣିବା ଶୀତଦିନେ କିପରି ବଢ଼ାଇବେ ହାତର ସୌନ୍ଦର୍ଯ୍ୟ
୨ ଚାମଚ ବଟରରେ ୧ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଏହାକୁ ୨୦ ମିନିଟ ପର୍ୟ୍ୟନ୍ତ ହାତରେ ଲଗାଇ ରଖନ୍ତୁ।୨୦ ମିନିଟ ପରେ ହାତକୁ ଧୋଇ ଦିଅନ୍ତୁ। ଏଥିରେ ଭିଟାମିନ ଇ ଥିବାରୁ ଏହା ହାତକୁ ନରମ, ସୁନ୍ଦର ଓ ଶୁଷ୍କତାକୁ ଦୂର କରିଥାଏ।
ସପ୍ତାହକୁ ୨ଥର ଗୋଲାପ ଜଳରେ ହାତ ପୋଛିବା ଦ୍ୱାରା ମଧ୍ୟ ହାତ କୋମଳ ଓ ଗୋରା ହୋଇଥାଏ।
୧ ଚାମଚ ଚିନିରେ ଲେମ୍ବୁ ରସ ମିଶାଇ ଏହାକୁ ହାତରେ ଲଗାନ୍ତୁ। ଲଗାଇବା ସମୟରେ ହାତକୁ ଭଲ ଭାବେ ଘଷନ୍ତୁ। ଏହାକୁ ୧୫ମିନିଟ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହା ହାତକୁ ଗୋରା କରିବା ସହ ସମସ୍ତ ପ୍ରକାରର ଦୂଷିତ ପଦାର୍ଥ ବାହାର କରି ଦେଇଥାଏ।
୨ଚାମଚ ବେସନରେ ଏକ ଚାମଚ ଦହି ମିଶାଇ,ଏହାକୁ ହାତରେ ଲଗାଇ ୩୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ହାତକୁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ଲଗାଇବା ଦ୍ୱାରା ହାତ କୋମଳ ଓ ଗୋରା ହୋଇଥାଏ।