Breaking PLUSଓଡ଼ିଶାମୁଖ୍ୟ ଖବର

ଗ୍ୟାସ ଅଭାବ ସତ୍ତ୍ୱେ ବନ୍ଦ ହେବନି ‘ଆହାର କେନ୍ଦ୍ର’: ସରକାର

ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଦେଶରେ ରନ୍ଧନ ଗ୍ୟାସ ଅଭାବ ଗଭୀର ହେଉଥିବା ସହ ଦର ବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ରୋଷେଇ କରିବା ଦୁର୍ହର ହୋଇପଡ଼ିଛି। ଏଭଳି ସମୟରେ ଗରିବ ଓ ନିରାଶ୍ରୟ ଲୋକଙ୍କ ପାଇଁ ଭରସା ହୋଇଥିବା ଆହାର ଯୋଜନା କେନ୍ଦ୍ରଗୁଡ଼ିକ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା।

ତେବେ ଏହି ଆଶଙ୍କାକୁ ଦୂର କରି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, କୌଣସି ପରିସ୍ଥିତିରେ ଆହାର କେନ୍ଦ୍ର ବନ୍ଦ ହେବନାହିଁ। ଗ୍ୟାସ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ମଧ୍ୟ ଆଶ୍ୱାସନା ଦିଆଯାଇଛି।

ଓଡ଼ିଶାରେ ଥିବା ପ୍ରାୟ ୯୦ଟି କେନ୍ଦ୍ରୀୟ ରୋଷେଇଶାଳ ମାଧ୍ୟମରେ ଚାଲୁଥିବା ୧୭୦ଟି ଆହାର କେନ୍ଦ୍ରର ସୁଚାରୁ ପରିଚାଳନା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଓ ଆହାର ସୋସାଇଟି ସଭାପତିମାନଙ୍କୁ ପତ୍ର ଲେଖି ଗ୍ୟାସ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କହିଛନ୍ତି।

ସେଥିସହିତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଗ୍ୟାସ ଉପଲବ୍ଧତା ସମ୍ପର୍କରେ ନିୟମିତ ସମୀକ୍ଷା କରିବା ଓ ବିତରକମାନଙ୍କ ସହ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନରେ କୌଣସି ବାଧା ସୃଷ୍ଟି ହେବ ନାହିଁ।

 

Show More

Related Articles

Back to top button