Breaking PLUSଅପରାଧଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ବୋମା ଧମକ ଆଶଙ୍କା, ଜୟପୁରରେ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଜୟପୁର: ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୨୦୩୦କୁ ନେଇ ସୁରକ୍ଷା ଚିନ୍ତା ଦେଖାଦେଇଛି। ବିମାନରେ ସୁରକ୍ଷା ସତର୍କତା ମିଳିବା ପରେ ଏହାକୁ ଜୟପୁର ବିମାନବନ୍ଦରକୁ ଡାଇଭର୍ଟ କରାଯାଇ ଜରୁରୀ ଅବତରଣ କରାଯାଇଛି। ପ୍ରାରମ୍ଭିକ ସୂଚନାରେ ବୋମା ଧମକ ଓ ବିମାନ ଅପହରଣ ଆଶଙ୍କା ନେଇ ଖବର ମିଳିଥିଲା।

ଜୟପୁରରେ ଅବତରଣ ପରେ ବିମାନଟିକୁ ଏକ ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା। ଏହା ପରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌), ସ୍ଥାନୀୟ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ଯାଞ୍ଚ ଆରମ୍ଭ କରିଥିଲେ। ବିମାନ ଭିତର ସହ ଯାତ୍ରୀଙ୍କ ଲଗେଜ୍‌ ମଧ୍ୟ ଯାଞ୍ଚ କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି।

ଭାରତୀୟ ଆକାଶସୀମା ନିକଟରେ ବିମାନଟି ଥିବା ସମୟରେ ଏହି ସତର୍କତା ମିଳିଥିବା ସୂଚନା ରହିଛି। ଏହା ପରେ ବିମାନ ଚଳାଚଳ ନିୟନ୍ତ୍ରଣ କକ୍ଷ ଓ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅବଗତ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ବିମାନଟିକୁ ଦିଲ୍ଲୀ ନ ପଠାଇ ଜୟପୁରରେ ଅବତରଣ କରାଯାଇଥିଲା।

ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଜାରି ରଖିଥିବାବେଳେ ଏୟାର ଇଣ୍ଡିଆ କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନୁଷ୍ଠାନିକ ବିବୃତ୍ତି ମିଳିନାହିଁ।

ଏହା ପୂର୍ବରୁ ଅଗଷ୍ଟ ୩୧ରେ ଦମ୍ମାମରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଆଇଏକ୍ସ-୧୭୦ର ଶୌଚାଳୟରୁ ‘ବୋମା’ ଲେଖାଥିବା ଏକ ଟିସୁ ପେପର ମିଳିଥିଲା। ଫଳରେ ବିମାନଟିକୁ ଅହମ୍ମଦାବାଦରେ ଜରୁରୀ ଅବତରଣ କରାଯାଇଥିଲା। ସେହି ଘଟଣାରେ ସମସ୍ତ ୩୨ ଜଣ ଯାତ୍ରୀ ସୁରକ୍ଷିତ ଥିଲେ ଏବଂ ଯାଞ୍ଚ ବେଳେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା।

Show More

Related Articles

Back to top button