Breaking PLUSଓଡ଼ିଶାମୁଖ୍ୟ ଖବର

ମେଟ୍ରୋ ପୁନଃବିଚାର ପାଇଁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି। ପୁନଃବିଚାର ପାଇଁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଠି । ଜନ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ପୁନଃବିଚାର କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଅପରାଜିତା ଷଡଙ୍ଗୀ ।

ଏହି ଅବସରରେ  ସବୁ ପ୍ରକଳ୍ପ ଲାଭ ପାଇଁ କରାଯାଏ ନାହିଁ କହିଛନ୍ତି ଅପରାଜିତା । କିଛି ପ୍ରକଳ୍ପ ବୃହତ୍ତର ଜନସ୍ୱାର୍ଥକୁ ନଜରରେ ରଖି କରାଯାଏ । ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ପରେ ଚିଠି ଲେଖିଛି । କେନ୍ଦ୍ର ସହ ଆଲୋଚନା କରି ପଦକ୍ଷେପ ନେବାକୁ ଆଶ୍ୱସନା ଦେଇଛନ୍ତି ।

ଦରକାର ପଡ଼ିଲେ ମୁଁ କେନ୍ଦ୍ର ସହିତ ଆଲୋଚନା କରିବି ବୋଲି ଅପରାଜିତା କହିଛନ୍ତି । ମେଟ୍ରୋ ପ୍ରକଳ୍ପ ପାଇଁ କିପରି ଅର୍ଥ ଆସିବ ସେନେଇ ଆଲୋଚନା କରିବି ।୩୪ଟି ସହରରେ ମେଟ୍ରୋ ପ୍ରକଳ୍ପ ଅଛି; ଭୁବନେଶ୍ୱର କାହିଁକି ବାଦ୍‌ ପଡ଼ିବ । ପ୍ରକଳ୍ପ ହେଲେ ଛାତ୍ରଛାତ୍ରୀ, ବୃତ୍ତିଗତ, ସାଧାରଣ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି ।

Show More

Related Articles

Back to top button