Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ହିଟ୍ ୱେଭ୍କୁ ଦେଖି SIR ପାଇଁ ସମୟସୂଚୀରେ ପରିବର୍ତ୍ତନ କଲେ CEO

ଭୁବନେଶ୍ୱର- ହିଟ୍ ୱେଭ୍କୁ ଦେଖି SIR ପାଇଁ ସମୟସୂଚୀରେ ପରିବର୍ତ୍ତନ କଲେ CEO । ୧୨ଟାରୁ ୩ଟା ପର୍ଯ୍ୟନ୍ତ ଫିଲ୍ଡ ଭିଜିଟ୍ ନ କରିବାକୁ ଦେଲେ ପରାମର୍ଶ ଦିଆଯାଇଛି ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୨ରୁ ୩ଟା ପର୍ଯ୍ୟନ୍ତ ଜନଗଣନା ଅଧିକାରୀଙ୍କୁ ଜନଗଣନା କାର୍ଯ୍ୟ ନକରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲାପାଳ, ବିଇଓଙ୍କୁୁ ଚିଠି ଲେଖି ଅବଗତ କରିଛନ୍ତି। ଜନଗଣନା ଅଧିକାରୀମାନେ ସକାଳ ୬ରୁ ୧୧ ଏବଂ ଅପରାହ୍ଣ ୪ରୁ ସନ୍ଧ୍ୟା ୭ ଯାଏଁ ଜନଗଣନା କରିବେ।
ଅଂଚଳରେ ପାଣିପାଗ ସ୍ଥିତି ଦେଖି ସମୟ ପରିବର୍ତନ କରିପାରିବେ। ସାଥୀରେ ପାଣି ବୋତଲ, ଓଓଆରଏସ୍ , ଛତା ନେବା ସହ କ୍ୟାପ ପିନ୍ଧି ପାରିବେ । ଏମର୍ଜେନ୍ସି ପାଇଁ ସବୁବେଳେ ନିଜ ପାଖରେ ମୋବାଇଲ୍ ରଖିବେ। ଶରୀରରେ କୌଣସି ଅସୁବିଧା ଦେଖାଗଲେ ବିଶ୍ରାମ ନେବେ।



