Breaking PLUSଆଇନ କାନୁନଦେଶମୁଖ୍ୟ ଖବରରାଜନୀତି

ସିଏମ୍‌ଆରଏଲ୍‌ ମାମଲା: ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ

କେରଳ: ସିଏମ୍‌ଆରଏଲ୍‌ ଅର୍ଥ କାରବାର ମାମଲାରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। ଆସନ୍ତା ୨୩ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ତାଙ୍କ ବାସଭବନର ପାଚେରିରେ ଇଡି ଅଧିକାରୀମାନେ ସମନ ଲଗାଇଥିଲେ।
କୋଚିନ୍‌ ମିନେରାଲ୍‌ ଆଣ୍ଡ୍‌ ରୁଟାଇଲ୍‌ ଲିମିଟେଡ୍‌ (ସିଏମ୍‌ଆରଏଲ୍‌) ସହ ଜଡ଼ିତ ବେଆଇନ ଅର୍ଥ କାରବାର ମାମଲାରେ ବିଜୟନ୍‌ଙ୍କ ସଂପୃକ୍ତି ଥିବା ଅଭିଯୋଗର ତଦନ୍ତ ଚାଲିଛି। ଏହି ମାମଲାରେ ପ୍ରଥମେ କେରଳ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଥିବାବେଳେ ପରେ ଇଡି ତଦନ୍ତ ଭାର ଗ୍ରହଣ କରିଥିଲା।
ଏଫ୍‌ଆଇଆର୍‌କୁ ରଦ୍ଦ କରିବା ପାଇଁ ବିଜୟନ୍‌ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଦେବା ପରେ ସେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି। ଅନ୍ୟପକ୍ଷରେ, ବିଜୟନ୍‌ଙ୍କ ବାସଭବନରେ ସମନ ଲଗାଯିବା ଘଟଣାକୁ ସିପିଆଇ(ଏମ୍‌)ର ବରିଷ୍ଠ ନେତା ଭି. ଶିବାନକୁଟ୍ଟି ନାପସନ୍ଦ କରିଛନ୍ତି।

Show More

Related Articles

Back to top button