Breaking PLUSଓଡ଼ିଶାମୁଖ୍ୟ ଖବର

ପୁଣି ଜୀବନ ହାରିଲେ ଚାଷୀ

କଟକ- ପୁଣି ଜୀବନ ହାରିଲେ ଚାଷୀ । ଉଜୁଡା ଫସଲ ଦେଖି ଆଖି ବୁଜିଲେ ଆଉ ଜଣେ ଚାଷୀ। କଟକ ଜିଲ୍ଲା ନିଆଳୀ ବାରଙ୍ଗ ବ୍ଲକ ସୁମାନଡୀ ଗାଁରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ ଅଭିଯୋଗ ହୋଇଛି । ମୃତକ ଇନ୍ଦ୍ରଜିତ୍ ଛାଟୋଇ ବୋଲି ଜଣାପଡିଛି। ରବିବାର ଇନ୍ଦ୍ରଜିତ୍ ସନ୍ଧ୍ୟାରେ ନିଜ ଚାଷ ଜମିକୁ ଫସଲ ଦେଖିବାକୁ ଯାଇଥିଲେ। ଫସଲ ଦେଖି ଘରକୁ ଫେରିବା ପରେ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଥିବା ଦେଖି ଇନ୍ଦ୍ରଜିତ୍ ଚିନ୍ତାରେ ରହୁଥିଲେ। ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଥିବାବେଳେ ସ୍ଥାନୀୟ ଲୋକେ ସରକାରୀ ସହାୟତା ଲାଗି ଦାବି କରିଛନ୍ତି। ଫସଲ ହାନୀ ଦେଖି ଅଗଷ୍ଟ ୩୧ ତାରିଖରେ ମଧ୍ୟ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିଲା।

Show More

Related Articles

Back to top button