Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଭାରତର ଆଶ୍ୱାସନ: ଭୟଭୀତ ହୁଅନ୍ତୁ ନାହିଁ, ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ପରିସ୍ଥିତି ମଧ୍ୟରେ ଭାରତ ସରକାର ଜନସାଧାରଣଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଅଶୋଧିତ ତୈଳ ଓ ଇନ୍ଧନ ମହଜୁଦ ଅଛି, ତେଣୁ ଆତଙ୍କିତ ହେବାର କୌଣସି ପ୍ରୟୋଜନ ନାହିଁ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପେଟ୍ରୋଲ ଓ ଡିଜେଲର ଦରରେ କୌଣସି ବୃଦ୍ଧି ହୋଇନାହିଁ ଏବଂ PNG ଓ CNG ଯୋଗାଣ ୧୦୦% ନିରବଚ୍ଛିନ୍ନ ଭାବେ ଚାଲିଛି। ଯୁଗ୍ମ ସଚିବ ସୁଜାତା ଶର୍ମା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ ଅପ୍ରୟୋଜନୀୟ ଭାବେ ଇନ୍ଧନ ସଂଗ୍ରହ କରିବାରୁ ଦୂରେ ରୁହନ୍ତୁ।

ସେ କହିଛନ୍ତି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଓ ଡିଜେଲ ଗଚ୍ଛିତ ଅଛି ଓ କୌଣସି ସ୍ଥାନରେ ଅଭାବ ନାହିଁ। ସେହିପରି, ପିଏନଜି ସେବା ବିସ୍ତାର ପାଇଁ ସରକାର ସକ୍ରିୟ ଭାବେ କାମ କରୁଥିବା ବେଳେ ୨.୫ ଲକ୍ଷ ନୂତନ ସଂଯୋଗ ପଞ୍ଜିକୃତ ହୋଇଛି ଓ ୨.୨ ଲକ୍ଷ ଗ୍ରାହକ LPGରୁ PNGକୁ ପରିବର୍ତ୍ତନ କରିଛନ୍ତି।

ଏହି ସମୟରେ ବୈଦେଶିକ କାର୍ଯ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ନରେନ୍ଦ୍ର ମୋଦି ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲେ। ଉଭୟ ନେତା ମଧ୍ୟପ୍ରାଚ୍ୟର ଯୁଦ୍ଧ ନେଇ ଚର୍ଚ୍ଚା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ହର୍ମୁଜ୍ ପ୍ରଣାଳୀ ପରି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥକୁ ଖୋଲା ରଖିବା ଓ ଉତ୍ତେଜନା କମାଇବା ଉପରେ ଜୋର ଦେଇଥିଲେ।ଏହାସହ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସହ ମଧ୍ୟ ଫୋନ ଯୋଗେ ଆଲୋଚନା କରିଥିବା ସୂଚନା ମିଳିଛି।

Show More

Related Articles

Back to top button