Breaking PLUSଦେଶମୁଖ୍ୟ ଖବର
ଫାଷ୍ଟ୍ୟାଗ୍ ତ୍ରୁଟିରେ କଠୋର ନିୟମ; ୭୨ ଘଣ୍ଟା ପରେ ଦୁଇଗୁଣ ଜରିମାନା

ହାଇୱେରେ ଟୋଲ୍ ଦେୟ ନଦେଲେ ଏବେ ଗାଡ଼ିମାଲିକଙ୍କୁ କଠୋର ଜରିମାନା ଭୋଗିବାକୁ ପଡିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନୂତନ ଇ-ନୋଟିସ୍ ବ୍ୟବସ୍ଥା ଲାଗୁ କରିଛି।
ଟୋଲ୍ ପ୍ଲାଜା ଅତିକ୍ରମ କରିବା ପରେ ୭୨ ଘଣ୍ଟା ମଧ୍ୟରେ ବକେୟା ଦେବାକୁ ପଡିବ, ନହେଲେ ଦୁଇଗୁଣ ଶୁଳ୍କ ଲାଗୁ ହେବ। ଏସଏମଏସ୍, ଇମେଲ୍ ଓ ଆପ୍ ମାଧ୍ୟମରେ ନୋଟିସ୍ ପଠାଯିବ।
ଅଭିଯୋଗ ଦାଖଲ ପାଇଁ ସୁବିଧା ଥିବାବେଳେ ୧୫ ଦିନ ପର୍ଯ୍ୟନ୍ତ ଟୋଲ୍ ନଦେଲେ ‘ବାହନ’ ପୋର୍ଟାଲରେ ତଥ୍ୟ ରେକର୍ଡ ହେବ ଓ ଗାଡ଼ି ଉପରେ ପ୍ରତିବନ୍ଧ ଲାଗିବ।



