ଦୁର୍ଘଟଣାମୁଖ୍ୟ ଖବର

ବିଏସ୍‌ଏଫ୍‌ ଇନ୍ଧନ ଗୋଦାମରେ ଅଗ୍ନିକାଣ୍ଡ, ଏଏସ୍‌ଆଇଙ୍କ ମୃତ୍ୟୁ

 

କଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବାଂଲାଦେଶ ସୀମାନ୍ତରେ ଘଟିଥିବା ଅଗ୍ନିକାଣ୍ଡରେ ବିଏସ୍‌ଏଫ୍‌ ର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଏଏସ୍‌ଆଇ ଜାଗି ରାମ।

ସୂଚନା ଅନୁଯାୟୀ, ସୀମାର ବାଙ୍କରା ବର୍ଡର ଆଉଟପୋଷ୍ଟରେ ଥିବା ବିଏସ୍‌ଏଫର ଏକ ଇନ୍ଧନ ଗୋଦାମରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଏହି ସମୟରେ ଜାଗି ରାମ ଗୋଦାମ ଭିତରେ ଫସିଯାଇ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଗୋଦାମଟି ବିଏସ୍‌ଏଫର ପାଟ୍ରୋଲିଂ ବୋଟ୍‌ରେ ଇନ୍ଧନ ଭରିବା ପାଇଁ ଆଉଟପୋଷ୍ଟ ନିକଟରେ ରହିଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି।

Show More

Related Articles

Back to top button