Breaking PLUSମୁଖ୍ୟ ଖବରରାଜନୀତି

ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ

ନୂଆଦିଲ୍ଲୀ : ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଦିନ ରାଜ୍ୟସଭା ରେ ଏହି ନିଷ୍ପତ୍ତି ହୋଇଥିଲା। ସେ ଲଗାତାର ତୃତୀୟ ଥର ପାଇଁ ଏହି ପଦବୀରେ ନିର୍ବାଚିତ ହୋଇଥିବା ସହ ନିର୍ବିରୋଧରେ ଜିତିଥିଲେ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଭାବେ ଦେଖାଯାଉଛି।

ଏହା ସହିତ ପ୍ରଥମ ଥର ପାଇଁ ଜଣେ ମନୋନୀତ ସାଂସଦଙ୍କୁ ଉପାଧ୍ୟକ୍ଷ ପଦର ଦାୟିତ୍ୱ ଦିଆଯାଇଥିବାରୁ ଏହାକୁ ଐତିହାସିକ ଘଟଣା ବୋଲି କୁହାଯାଉଛି। ସମ୍ପ୍ରତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିବଂଶଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, “ହରିବଂଶ-ଜୀଙ୍କୁ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ। ଗୃହ ତାଙ୍କ ଉପରେ ଗଭୀର ବିଶ୍ୱାସ ରଖେ।” ସେ ଆହୁରି କହିଥିଲେ ଯେ, ହରିବଂଶଙ୍କ ଅନୁଭବ ଓ ନେତୃତ୍ୱରେ ସଦନର କାର୍ଯ୍ୟ ସୁଚାରୁ ଭାବେ ଚାଲିଆସୁଛି।

ଶାସକ ଓ ବିରୋଧୀ ଦଳର ନେତାମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ପୂର୍ବରୁ ସେ ଜେଡିଏଉ କୋଟାରେ ଦୁଇଟି କାର୍ଯ୍ୟକାଳ ପାଇଁ ରାଜ୍ୟସଭା ସଦସ୍ୟ ଥିଲେ।

୧୯୫୬ ଜୁନ୍ ୩୦ ତାରିଖରେ ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାର ସୀତବଦିଆରାରେ ଜନ୍ମଗ୍ରହଣ କରିଥିବା ହରିବଂଶ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରୁ ଅର୍ଥନୀତିରେ ସ୍ନାତକୋତ୍ତର ଓ ସାମ୍ବାଦିକତାରେ ଡିପ୍ଲୋମା ହାସଲ କରିଥିଲେ।

Show More

Related Articles

Back to top button