Breaking PLUSଓଡ଼ିଶାମୁଖ୍ୟ ଖବର
ଚତୁର୍ଥ ସୋମବାରରେ ଧବଳେଶ୍ୱରଙ୍କ ପୀଠରେ ଜମିଲା ଭିଡ

ଭୁବନେଶ୍ୱର, 20 ନଭେମ୍ବର – ଆଠଗଡର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଚତୁର୍ଥ ସୋମବାରରେ ୩୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଛି । ଭୋର ଭୋରରୁ ହଜାର ହଜାର ଭକ୍ତ ମନ୍ଦିରରେ ପହଞ୍ଚିଥିଲେ । ତେବେ ଭିଡ ନିୟନ୍ତ୍ରଣ କରିବାରେ ଦେବୋତ୍ତର ବିଭାଗ ଓ ପୋଲିସ ପ୍ରଶାସନ ବିଫଳ ହୋଇଛି । ପୀଠ ମଧ୍ୟରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହୋଇଛି । ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲା ଓଷକଣା ଗ୍ରାମର ପ୍ରମିଳା ସ୍ବାଇଁ । ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ହୋଇଛି ଲୁଟ।



