Breaking PLUSଦେଶମୁଖ୍ୟ ଖବରରାଜନୀତି

ବିଜେପିରେ ମିଶିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୈଥିଲୀ ଠାକୁର

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ନୂଆ ଚେହେରା ସାମିଲ ହେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମଙ୍ଗଳବାର କଣ୍ଠଶିଳ୍ପୀ ତଥା ଲୋକଗାୟିକା ମୈଥିଲି ଠାକୁର ପଦ୍ମ ଧରିଛନ୍ତି। ଦଳରେ ଯୋଗଦେବା ପରେ ତାଙ୍କୁ ଦରଭଙ୍ଗାର ଅଲିନଗର ଆସନରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି। ଅଲିନଗର ଆସନରେ ବର୍ତ୍ତମାନ ମିଶ୍ରୀଲାଲ ଯାଦବ ବିଧାୟକ ଅଛନ୍ତି। ତାଙ୍କ ଟିକେଟ କଟିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଆସନରେ ଦଳ ଲୋକପ୍ରିୟ ଏବଂ ଯୁବ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଚାହୁଁଥିବାରୁ ମୈଥିଲି ଏଥିପାଇଁ ଯୋଗ୍ୟ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

Show More

Related Articles

Back to top button